୫-ଟି ଅଧ୍ୟକ୍ଷଙ୍କୁ ନବୀନ କହିଲେ ନିଜ 'ଲୋକପ୍ରିୟତାର ସିକ୍ରେଟ | News Room Odisha

୫-ଟି ଅଧ୍ୟକ୍ଷଙ୍କୁ ନବୀନ କହିଲେ ନିଜ ‘ଲୋକପ୍ରିୟତାର ସିକ୍ରେଟ

ଭୁବନେଶ୍ୱର – ଅଗ୍ରଣୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ର ସଦ୍ୟ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ରହିଛି। ମୁଖ୍ୟମନ୍ତ୍ରୀ ଭାବେ ସେ ପୁଣି ୧ ନମ୍ବର ସ୍ଥାନରେ ଅଛନ୍ତି । ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ସିକ୍ରେଟ କ’ଣ ? ଇଣ୍ଡିଆ ଟୁଡେ ପତ୍ରିକାର ସଦ୍ୟତମ ସର୍ଭେରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପୁଣି ପ୍ରମାଣିତ ହେଲା ପରେ ତାଙ୍କଠାରୁ ଏହାର ସିକ୍ରେଟ ଜାଣିବାକୁ ଚାହିଁଥିଲେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଏହାର ସିକ୍ରେଟ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଲୋକଙ୍କର ଆଶୀର୍ବାଦ ହିଁ ତାଙ୍କ ସଫଳତାର ‘ସିକ୍ରେଟ’ ବୋଲି ମୁଖ୍ୟମନ୍ତ୍ରୀ ନିଜର ସ୍ୱଭାବ ସୁଲଭ ଢଙ୍ଗରେ ୫-ଟି ଅଧ୍ୟକ୍ଷଙ୍କୁ ଉତ୍ତର ଦେଇଛନ୍ତି।