ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର , ସାଧାରଣ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା | News Room Odisha

ଭୁବନେଶ୍ୱରରେ ମୁଖ୍ୟ ନିର୍ବାଚନ କମିଶନର , ସାଧାରଣ ନିର୍ବାଚନ ପ୍ରସ୍ତୁତିର କରିବେ ସମୀକ୍ଷା

ଭୁବନେଶ୍ବର – ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିବାଚନ କମିଶନରଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ପ୍ରତିନିଧି ଦଳ ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବେ । ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ମୁଖ୍ୟ ନିର୍ବାଚନ ଅଧିକାରୀ, ଗୃହ ସଚିବଙ୍କ ସହ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ବିସ୍ତୃତ ଆଲୋଚନା କରିବେ । ୧୭ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର ଓ ତାଙ୍କ ଟିମ।