ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା ଥାନାଧିକାରୀଙ୍କୁ ମାଡ, ଦୋକାନ ଘରେ ପୁରାଇ ତାଲା ପକାଇଲେ ଜୁଆଡି | News Room Odisha

ଜୁଆ ଆଡ୍ଡା ଉପରେ ଚଢ଼ାଉ ବେଳେ ମହିଳା ଥାନାଧିକାରୀଙ୍କୁ ମାଡ, ଦୋକାନ ଘରେ ପୁରାଇ ତାଲା ପକାଇଲେ ଜୁଆଡି

ବାଲେଶ୍ଵର – ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଅଭାବନୀୟ ଘଟଣା । ପାଟ୍ରୋଲିଂ ବେଳେ ମହିଳା ଥାନା ଅଧିକାରୀଙ୍କୁ ଲୋକଙ୍କ ଆକ୍ରମଣ ଅଭିଯୋଗ ହୋଇଛି । ଭୋଗରାଇ ବ୍ଲକ ତାଳସାରୀ ସାମୁଦ୍ରିକ ଥାନା ଅଧୀନସ୍ଥ ଉଦୟପୁର ଗାଁରେ ଏକ ଜୁଆ ଆଡ୍ଡାରେ ଚଢାଉ କରିବାକୁ ଯାଇଥିବା ବେଳେ ମହିଳା ଥାନା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ମାଡ ମାରିବା ସହ ଅଟକ ରଖିଥିବା ଅଭିଯୋଗ ହୋଇଛି। ଜୁଆଡିମାନେ ମହିଳା ଥାନାଧିକାରୀ ଓ ତାଙ୍କ ଡ୍ରାଇଭରଙ୍କୁ ଏକ ଦୋକାନ ଘରେ ତାଲା ପକାଇ ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭୋଗରାଇ ପୋଲିସ ଓ ଚନ୍ଦନେଶ୍ବର ଫାଣ୍ଡି ପୋଲିସ ପହଞ୍ଚି ମହିଳା ଥାନା ଅଧିକାରୀଙ୍କୁ ଉଦ୍ଧାର କରିଥିଲେ । ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୋଲିସ ୨୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।