ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦେଇ କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ପୋଷ୍ଟର | News Room Odisha

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଦେଇ କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ପୋଷ୍ଟର

ବଲାଙ୍ଗୀର – କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କୁ ହତ୍ୟା କରିବା ପାଇଁ କଣ୍ଟାବାଞ୍ଜି ସହରର ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ଲାଗିଛି । ପୋଷ୍ଟରରେ ଲାଲ ରଙ୍ଗରେ ହତ୍ୟା ଧମକ ଲେଖା ଯାଇଛି । ୧୫ ଦିନ ଭିତରେ ବିଧାୟକଙ୍କୁ ହତ୍ୟା କରିବା ପାଇଁ ଧମକ ଦିଆଯାଇଛି । କିଏ ଏହି ପୋଷ୍ଟର ଲଗାଇଛି ତାହା ଜଣାପଡ଼ିନାହିଁ । କଣ୍ଟାବାଞ୍ଜି ପୋଲିସ ପୋଷ୍ଟର ଗୁଡିକ ଜବତ କରି ତଦନ୍ତ ଆରମ୍ଭ କରିଛି।