ବିଦେଶରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତିନିଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ | News Room Odisha

ବିଦେଶରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗରେ ତିନିଜଣଙ୍କୁ ଗିରଫ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର – ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ରାକେଟର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ବିଦେଶରେ ଚାକିରି ଦେବାକୁ କହି ଠକେଇ ଅଭିଯୋଗରେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଖଲ୍ଲିକୋଟ ଲଙ୍ଗଳେଶ୍ବରର ପେଣ୍ଡୁରାପଲ୍ଲୀର ପ୍ରଭାତ ଦଳାଇ ନାମକ ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ବ୍ୟକ୍ତିମାନେ ଆନ୍ଧ୍ର ପ୍ରଦେଶର। ସେମାନେ ହେଲେ ସି. ମୋହନ ରେଡ୍ଡୀ(୪୮), ପି. ସୀମାଞ୍ଚଳମ ( ୪୦) ଓ ଟି. ଧୀଲେଶ୍ୱର ରାଓ (୩୫) । ଗିରଫ ଅଭିଯୁକ୍ତମାନଙ୍କଠାରୁ ୯୨ଟି ପାସ୍‌ପୋର୍ଟ, କେନିୟା ସରକାରଙ୍କ ପକ୍ଷରୁ ଜାରି ଟୁରିଷ୍ଟ ଭିସା ଆଦି ଜବତ କରାଯାଇଛି ଚାକିରି କରାଇ ଦେବାକୁ କହି ଜଣଙ୍କ ପିଛା ସେମାନେ ୫୦ ହଜାର ଟଙ୍କା ନେଉଥିଲେ ।