ବରଗଡ଼ରେ ହେବ ମେଡିକାଲ କଲେଜ | News Room Odisha

ବରଗଡ଼ରେ ହେବ ମେଡିକାଲ କଲେଜ

ବରଗଡ଼ : ବରଗଡ଼ କ୍ୟାନସର ହସପିଟାଲ ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବ । ଏହା ଦ୍ଵାରା ବରଗଡ଼ବାସୀଙ୍କ ଲୋକଙ୍କ ବହୁ ଦିନର ଆଶା ପୂରଣ ହେବାକୁ ଯାଉଛି । ଏହା ସହିତ ବରଗଡ଼ବାସୀଙ୍କୁ ଦୋହରା ଖୁସି ମିଳିବାକୁ ଯାଉଛି । ଏହି ମେଡିକାଲ କଲେଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଖାପାଖି ଅଞ୍ଚଳରେ ହେବ । ବରଗଡ଼ ମେଡିକାଲ କଲେଜ ସ୍ଥାପନ ପାଇଁ ଭଟଲି ତହସିଲର ଟୁକୁର୍ଲା ମୌଜାର ୫ ଏକର ଜମି ସ୍ଵାସ୍ଥ୍ୟ ବିଭାଗ ନାମରେ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେଣୁ । ଜିଲାପାଳ ଭଟଲି ତହସିଲଦାରଙ୍କୁ ଆଜି ଚିଠି ( ସଂଖ୍ୟା ୨୯୪୭ / ୧୯.୨.୨୪ ) ଲେଖି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି । ବରଗଡ଼ରେ ଏକ ସରକାରୀ ମେଡିକାଲ କଲେଜ ଟୁକୁର୍ଲା ଅଞ୍ଚଳରେ ଖୋଲିବ ବୋଲି ଜିଲାପାଳଙ୍କ ଚିଠିରୁ ସଙ୍କେତ ମିଳୁଛି ।