କୋହଲି ପୁଣି ବାପା ହେଲେ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଅନୁଷ୍କା | News Room Odisha

କୋହଲି ପୁଣି ବାପା ହେଲେ, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ପତ୍ନୀ ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ ସୁପରଷ୍ଟାର କ୍ରିକେଟର୍ ବିରାଟ କୋହଲି ପୁଣିଥରେ ବାପା ହୋଇଛନ୍ତି । ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଫେବୃଆରୀ ୧୫ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। କୋହଲି ମଙ୍ଗଳବାର (ଫେବୃଆରୀ ୨୦) ସୋସିଆଲ ମିଡ଼ିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି । ଏହି ସେଲିବ୍ରିଟି ଦମ୍ପତି ନିଜ ପୁଅର ନାମ ‘ଅକାୟ’ ରଖିଛନ୍ତି। ପୂର୍ବରୁ କୋହଲି-ଅନୁଷ୍କାଙ୍କ ଏକ ଝିଅ ଅଛି, ଯାହାର ନାଁ ବାମିକା |

ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି ଚଳିତ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ଓହରି ଯାଇଥିଲେ । ପ୍ରଥମେ ସେ ପ୍ରଥମ ଦୁଇ ଟେଷ୍ଟ ପାଇଁ ଉପଲବ୍ଧ ହୋଇନଥିଲେ । ପରେ କୋହଲି ପୁରା ସିରିଜରୁ ଓହରି ଯାଇଥିଲେ।

ନିକଟରେ କୋହଲିଙ୍କ ଘନିଷ୍ଠ ବନ୍ଧୁ ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲିୟର୍ସ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଥିଲେ ଯେ କୋହଲି ଦ୍ବିତୀୟ ଥର ବାପା ହେବେ । ତେଣୁ ସେ ଇଂଲଣ୍ଡ ବିପକ୍ଷ ସିରିଜରେ ଖେଳୁ ନାହାଁନ୍ତି । ପରେ କିନ୍ତୁ ସେ ତାଙ୍କର ଏହି ବୟାନ ପ୍ରତ୍ୟାହାର କରିନେଇଥିଲେ ।

ବିରାଟ କୋହଲି ୧୧ ଜାନୁୟାରୀ ୨୦୨୧ରେ ପ୍ରଥମ ଥର ବାପା ହୋଇଥିଲେ, ଯେତେବେଳେ ପତ୍ନୀ ଅନୁଷ୍କା ଝିଅ ‘ବାମିକା’କୁ ଜନ୍ମ ଦେଇଥିଲେ । ଏଥିପାଇଁ ସେ ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ଭାରତ ଫେରି ଆସିଥିଲେ।