୫-ଟି ଅଧ୍ୟକ୍ଷଙ୍କ ବାରବାଟୀ ଷ୍ଟାଡିୟମ ପରିଦର୍ଶନ | News Room Odisha

୫-ଟି ଅଧ୍ୟକ୍ଷଙ୍କ ବାରବାଟୀ ଷ୍ଟାଡିୟମ ପରିଦର୍ଶନ

କଟକ – ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସକାଳୁ କଟକ ଯାଇ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ବାରବାଟୀ ଷ୍ଟାଡିୟମର ନବକଳେବର କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବା ପୂର୍ବରୁ ୫-ଟି ଅଧ୍ୟକ୍ଷ ଆଜି ବାରବାଟୀ ଷ୍ଟାଡିୟମ ବୁଲି ଦେଖିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପ୍ରଣବ ପ୍ରକାଶ ଦାସ ଓ ସମ୍ପାଦକ ସଞ୍ଜୟ ବେହେରା ୫-ଟି ଅଧ୍ୟକ୍ଷଙ୍କ ସହ ଉପସ୍ଥିତ ଥିଲେ । ଐତିହାସିକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସମ୍ଭାବନା ରହିଛି।