ବଢୁଛି ତାତି : ହିଟୱେଭ୍‌ ନେଇ ଆଗୁଆ ସତର୍କ କରାଇଲେ ଏସଆରସି, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି | News Room Odisha

ବଢୁଛି ତାତି : ହିଟୱେଭ୍‌ ନେଇ ଆଗୁଆ ସତର୍କ କରାଇଲେ ଏସଆରସି, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର – ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ରାଜ୍ୟରେ ପ୍ରବଳ ଗରମ ଅନୁଭୁତ ହେଲାଣି । ଅନେକ ସ୍ଥାନରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ମାଘ ମାସରେ ଗ୍ରୀଷ୍ମ ଋତୁ ଭଳିଆ ତାତି ଅନୁଭୂତ ହେଉଛି। ଏଣେ ହିଟୱେଭ୍‌ ନେଇ ଆଗୁଆ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଟ୍‌ୱେଭ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଏସଆରସି ।

ହିଟ୍‌ୱେଭ ବେଳେ କ’ଣ କରିବା ଉଚିତ ଓ କ’ଣ ନ କରିବା ଉଚିତ, ତାହା ଲୋକଙ୍କୁ ବୁଝାଇବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ସମସ୍ୟା ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଏସଆରସି ।