ଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ | News Room Odisha

ଟମାଟୋ, ଅଣ୍ଡା, ଗୁଳିମାଡକୁ ଭୟ ନାହିଁ, ଲୋକଙ୍କ ପାଖକୁ ଯିବା ପାଇଁ କେହି ଅଟକାଇ ପାରିବେ ନାହିଁ: କାର୍ତ୍ତିକ ପାଣ୍ଡିଆନ

ବେଲଗୁଣ୍ଠା – ଦିନିକିଆ ଗଞ୍ଜାମ ଗସ୍ତରେ ଆସି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବେଲଗୁଣ୍ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଏହି ସଭାରେ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି ୫-ଟି ଅଧ୍ୟକ୍ଷ । ସେ କହିଛନ୍ତି ଯେ, ସେ କାହାକୁ ଭୟ କରନ୍ତି ନାହିଁ କି ବିରୋଧ ମଧ୍ୟରେ ସେ ଲୋକଙ୍କ ପାଖକୁ ଯିବା କେବେ ବି ବନ୍ଦ କରିବେ ନାହିଁ। ତାଙ୍କ ଉପରେ ଟମାଟୋ ମାଡ ହେଉ ବା ଅଣ୍ଡା, ଚପଲ, କାଳିମାଡ, ଗୁଳିମାଡ ହେଉ । କିଛି ପରବାୟ ନାହିଁ। ଏସବୁକୁ ତାଙ୍କର ଖାତିର ନାହିଁ। ସେ ଲୋକଙ୍କ ପାଖକୁ ଆସିବେ ଓ ଲୋକଙ୍କ ସେବା କରିଚାଲିବେ ବୋଲି ବେଲଗୁଣ୍ଠା ସଭାରେ କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ପାଣ୍ଡିଆନ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ ଲୋକ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ। ମାତ୍ର ସେ ସେପରି ଲୋକ ନୁହନ୍ତି । ସବୁ ପରିସ୍ଥିତିରେ ସେ ଲୋକଙ୍କ ସେବା କରିଚାଲିବେ ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ।