ପ୍ରବଳ ଖରା : ଆଜି ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ବା ଅଧିକ ରେକର୍ଡ, ସୋନପୁର ସବୁଠୁ ଉତ୍ତପ୍ତ | News Room Odisha

ପ୍ରବଳ ଖରା : ଆଜି ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ବା ଅଧିକ ରେକର୍ଡ, ସୋନପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଆଜି ବି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ଓ ଗରମ ଅନୁଭୂତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୧୮ଟି ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ଅଧିକ ରେକର୍ଡ କରାଯାଇଛି। ଏଥିମଧ୍ୟରୁ ୫ ସହରର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଛି । ଆଜି ସୋନପୁର ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ଥିଲା ୩୬ ଦଶମିକ ୩ ଡିଗ୍ରୀ ସେଲସିୟସ। ଭୁବନେଶ୍ୱର ଓ ତାଳଚେରରେ ତାପମାତ୍ରା ୩୬ ଦଶମିକ ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ଟିଟିଲାଗଡ଼ ଓ ବୌଦ୍ଧରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରହିଥିଲା ।