ପାରା ବିଶ୍ୱ ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣଠାରୁ ଆଉ ଗୋଟିଏ ମ୍ୟାଚ ଦୂରରେ ପ୍ରମୋଦ ଭଗତ  | News Room Odisha

ପାରା ବିଶ୍ୱ ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣଠାରୁ ଆଉ ଗୋଟିଏ ମ୍ୟାଚ ଦୂରରେ ପ୍ରମୋଦ ଭଗତ 

ପଟାୟା ( ଥାଇଲାଣ୍ଡ) – ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପର ଫାଇନାଲରେ ପ୍ରବେଶ କରିଛନ୍ତି ପ୍ରମୋଦ ଭଗତ । ଚାମ୍ପିୟନସିପର ଏସଏଲ-୩ ଶ୍ରେଣୀରେ ସେମିଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭଗତ, ସ୍ୱଦେଶର ହିଁ ମନୋଜ ସରକାରଙ୍କୁ ପରାସ୍ତ କରିଛନ୍ତି। ମନୋଜଙ୍କୁ ୨୩-୨୧, ୨୦-୨୨ ଓ ୨୧-୧୮ରେ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି ଭଗତ । ଫାଇନାଲରେ ଭଗତ ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ଭେଟିବେ ।