ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ  | News Room Odisha

ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ ଭଗତ 

ପଟାୟା ( ଥାଇଲାଣ୍ଡ) – ଓଡ଼ିଶାର ପାରା ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ହାସଲ କରିଛନ୍ତି ଆଉ ଏକ ସମ୍ମାନଜନକ ଆନ୍ତର୍ଜାତିକ ଟାଇଟଲ୍ । ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ । ଆଜି ଖେଳାଯାଇଥିବା ଚାମ୍ପିଅନସିପର ଏସଏଲ-୩ ଶ୍ରେଣୀ ଫାଇନାଲରେ ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଭଗତ, ଇଂଲଣ୍ଡର ଡାନିଏଲ ବିଥେଲଙ୍କୁ ୧୪-୨୧, ୨୧-୧୫ ଓ ୨୧ -୧୪ରେ ହରାଇ ଟାଇଟଲ ହାସଲ କରିଛନ୍ତି। ଏଥିସହ ଲଗାତର ତିନିଟି ପାରା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ସ୍ୱର୍ଣ୍ଣ ହାସଲ କରି ହ୍ୟାଟ୍ରିକ କରିଛନ୍ତି ପ୍ରମୋଦ ଭଗତ। ପୂର୍ବରୁ ସେ ୨୦୧୫ରେ ମଣ୍ଡେଭିଲ୍ଲେ ଓ ୨୦୧୯ରେ ବସେଲରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ।

ଏଥରର ଚାମ୍ପିଅନସିପରେ ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ମଧ୍ୟ ନିଜ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁହାସ ୟତିରାଜ ଓ କ୍ରିଷ୍ଣା ନାଗର ନିଜ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।