ବିଜେଡିରେ ଯୋଗ ଦେଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ | News Room Odisha

ବିଜେଡିରେ ଯୋଗ ଦେଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେପି ଯୁବ ନେତା ଶୁଭାଶିଷ ସାହୁ ( ବଣ୍ଟି ) ଙ୍କ ସହ ଶତାଧକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର , ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥବା ଶୁଭାଶିଷ ସାହୁ ଓ ସମସ୍ତ ବିଜେପି କର୍ମୀଙ୍କୁ ଡକ୍ଟର ପାତ୍ର ଓ ଶ୍ରୀ ପଣ୍ଡା ଉପଢୌକନ ଦେଇ ଦଳକୁ ସ୍ଵାଗତ କରିଥିଲେ । ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର ଓ ଶ୍ରୀ ପଣ୍ଡା କହିଥିଲେ ।

ଏହି ଅବସରରେ ବିଜେଡିରେ ସାମିଲ୍ ହୋଇଥିବା ବିଜେପି ଯୁବ ନେତା ଶୁଭାଶିଷ ସାହୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ , ଦଳରେ ନିକଟରେ ଯୋଗ ଦେଇଥିବା ଗରିବ ଯୁବକ ଯୁବତୀଠାରୁ ଚାକିରି ନାଁରେ ଠକେଇ ନାଁରେ ଜନବିରୋଧୀ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗଦାନ ଏବଂ ଦଳରେ ଲାଗିରହିଥ‌ିବା ବିଶୃଙ୍ଖଳାକୁ ବିରୋଧ କରି ମୁଁ ବିଜେପି ଦଳ ତ୍ୟାଗ କରିବାର ନିଷ୍ପତ୍ତି ନେଇଥିଲି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ , ନୀତି ଆଦର୍ଶ , ନୂଆ ଓଡିଶା ଗଠନ ଦିଗରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛି । ଦଳରେ ମୋତେ ଓ ମୋ ସହ ଆସିଥୁବା ସମସ୍ତ କର୍ମୀମାନଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ । ଏହି ମିଶ୍ରଣ ପର୍ବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ଵରୀ ଦୋରା , ଜିଲ୍ଲା ପରିଷଦ ସଦସ୍ୟ ଦୀପକ କୁମାର ସାମନ୍ତ , ଜିଲ୍ଲା ପରିଷଦ ସଦସ୍ୟା ଭାରତୀ ନାୟକ ଓ ବ୍ଲକ ସଭାପତି ଅଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ବିଜେପିର ଜିଲ୍ଲା କାର୍ଯ୍ୟକାରୀ ନାୟବ ସରପଞ୍ଚ ବିଜେପି ମଣ୍ଡଳ ଉପସଭାପତି ବିନୋଦ କୁମାର ରଥ , ସରପଞ୍ଚ ବି.ଜ୍ୟୋତି , ୱାର୍ଡମେମ୍ବର ତାରିଣୀ ବେହେରା , ଭୁବନ ବେହେରା , ଦମୟନ୍ତୀ , ଜି ଗୁରୁଗାଁ , ବାସନ୍ତୀ ସାହୁ , ସରୋଜିନୀ ରାଓ , ଏମ୍ ପୂର୍ଣିମା , ପି କୁମାରୀ , ସୂର୍ଯ୍ୟନାରାୟଣ , କେ ଫକୀର , ସୁଳନ୍ତ ସେଠୀ , ପି ମାଲେସା , ଏମ୍ ପାପାରାଓ , ପି . ନାଗେଶ , କେ ଗୁରୁମୁଖୀ , କେ ଈଶ୍ବର ରାଓ , ପି ଶିବା , ଲଡ଼ୁକିଶୋର ସାହୁ , ମିନକେତନ ଶତପଥୀ ପ୍ରମୁଖଙ୍କ ସହ ଶତାଧୁକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।