ନିଯୁକ୍ତି ପର୍ବ : ଚାରି ବିଭାଗରେ ନବନିଯୁକ୍ତଙ୍କୁ ଆଜି ଦିଆଯିବ ନିଯୁକ୍ତି ପତ୍ର | News Room Odisha

ନିଯୁକ୍ତି ପର୍ବ : ଚାରି ବିଭାଗରେ ନବନିଯୁକ୍ତଙ୍କୁ ଆଜି ଦିଆଯିବ ନିଯୁକ୍ତି ପତ୍ର

ଭୁବନେଶ୍ୱର – ଆଜି ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଚାରିଟି ବିଭାଗର ବିଭିନ୍ନ ପଦପଦବୀ ପାଇଁ ଚୟନ ହୋଇଥିବା ନବନିଯୁକ୍ତଙ୍କୁ ଦିଆଯିବ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ସହ ଦିଗଦର୍ଶନ ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ।

୫-ଟି ଉପକ୍ରମରେ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନବନିଯୁକ୍ତ ୯୭୭ ଜଣ ଏସ. ଏସ.ବି ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦିଆଯିବ ନିଯୁକ୍ତି ପତ୍ର। ସମବାୟ ବିଭାଗରେ ନବନିଯୁକ୍ତ ୫୭ ଜଣ ସମବାୟ ସମିତି ନିରୀକ୍ଷକ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୮୭ ଜଣ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଜିଲ୍ଲାସ୍ତରୀୟ ବିଭିନ୍ନ ଗ୍ରୁପ୍ -ସି ପଦବୀରେ ନିଯୁକ୍ତ ୩୧ ଜଣଙ୍କୁ ଦିଆଯିବ ନିଯୁକ୍ତି ପତ୍ର।