ଆଜିଠୁ 'ନବୀନ ଓଡ଼ିଶା ମ୍ୟାଜିକ କାର୍ଡ' ପାଇଁ ପଞ୍ଜୀକରଣ | News Room Odisha

ଆଜିଠୁ ‘ନବୀନ ଓଡ଼ିଶା ମ୍ୟାଜିକ କାର୍ଡ’ ପାଇଁ ପଞ୍ଜୀକରଣ

ଭୁବନେଶ୍ବର – ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଘୋଷିତ ‘ନବୀନ ଓଡ଼ିଶା ମ୍ଯାଜିକ କାର୍ଡ’ ପାଇଁ ଆଜିଠୁ ଆରମ୍ଭ ହେବ ନାମ ପଞ୍ଜୀକରଣ । ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନବୀନ ମ୍ଯାଜିକ କାର୍ଡ ପ୍ରଦାନ କରାଯିବ । ଏହି କାର୍ଡ ବିଭିନ୍ନ କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ। ଏହା ଛାତ୍ରଛାତ୍ରୀଙ୍କୁ ୱାଇଫାଇ, ବହି କିଣା, ମୋବାଇଲ ରିଚାର୍ଜ ଓ ବସ, ଟ୍ରେନ, ବିମାନ ଯାତ୍ରାରେ ରିହାତି ସହ କ୍ଯାରିୟର କାଉନସେଲିଂ ଓ ନିଯୁକ୍ତିରେ ସହାୟକ ହେବ । କାର୍ଡକୁ ସିଲଭର, ଗୋଲ୍ଡ, ପ୍ଲାଟିନମ କାର୍ଡକୁ ଉନ୍ନୀତ କରିବାକୁ ମଧ୍ୟ ସୁଯୋଗ ରହିଛି । ‘ନୂଆ-ଓ’ ମାଧ୍ୟମରେ ଆୟୋଜିତ କୋ-କରିକୁଲାର ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ କରିବା ସହ ସ୍ଵପ୍ନକୁ ସାକାର କରିବାକୁ ଏହି କାର୍ଡ ବଳ ଯୋଗାଇବ ।