ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ | News Room Odisha

ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ

ଭୁବନେଶ୍ୱର – ୨୦୧୬ର ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାର ଅବସରପ୍ରାପ୍ତ ଏସଆଇ ଶରତ ଚନ୍ଦ୍ର ରୟ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଅବସରପ୍ରାପ୍ତ ଏସଆଇଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୫ ମାସ ଅତିରିକ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ । ତାଙ୍କୁ ଆଉ ତିନିବର୍ଷ ଜେଲ୍ ଓ ୩ ହଜାର ଟଙ୍କା ଜୋରିମାନା ଦେବା ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଆଦେଶ ଦେଇଛନ୍ତି। ତିରିଂ ଥାନା ଗଳୟକଟା ଗାଁ ଯୁବକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଥିଲେ ।