ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ | News Room Odisha

ଭିଜିଲାନ୍ସ ଜାଲରେ ଫସିଲେ ଲାଞ୍ଚୁଆ ରାଜସ୍ୱ ନିରୀକ୍ଷକ

ବ୍ରହ୍ମପୁର – ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ। ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ତହସିଲର ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରମୋଦ କୁମାର ବେହେରା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଜଣେ ଲୋକଙ୍କ ଜମି ଚିହ୍ନଟ କରିବା ପାଇଁ ରାଜସ୍ୱ ନିରୀକ୍ଷକ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ରାଜସ୍ୱ ନିରୀକ୍ଷକଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା ଭିଜିଲାନ୍ସ। ରାଜସ୍ୱ ନିରୀକ୍ଷକ ପ୍ରମୋଦ କୁମାର ବେହେରା ଓ ବେସରକାରୀ ବ୍ୟକ୍ତି ବିଦ୍ୟାଧର ପ୍ରଧାନ ଲାଞ୍ଚ ଟଙ୍କା ନେଉଥିବା ବେଳେ ଧରାପଡ଼ିଥିଲେ । ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ମାମଲା ରୁଜୁ କରିଛି । ଏହାପରେ ରାଜସ୍ୱ ନିରୀକ୍ଷକଙ୍କ ଦୁଇଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ।