ଆସନ୍ତାକାଲି ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା | News Room Odisha

ଆସନ୍ତାକାଲି ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର – ଆସନ୍ତାକାଲି ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଭିଡ ସମ୍ଭାବନା ଥିବାରୁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିବେ ପୋଲିସ । ସୁରକ୍ଷା ଦାୟିତ୍ବରେ ୫ ଜଣ ଏଡିସିପି, ୧୪ ଜଣ ଏସିପି, ୨୧ ଜଣ ଆଇଆଇସି, ୮୪ ଜଣ ଏସଆଇ, ୯୩ ଏଏସଆଇ ମୁତୟନ ରହିବେ ।

ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଓଡ୍ରାଫ,ଅଗ୍ନିଶମ ଅଧିକାରୀ ବି ମୁତୟନ ରହିବେ । ସବୁଠି ସିସିଟିଭି ଲାଗିବା ସହ ସାଧା ପୋଷାକରେ ପୋଲିସ ମୁତୟନ ରହିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।