॥ ବାଲ କାଣ୍ଡ ॥
ରାମଥା ସୁନ୍ଦର କର ତାରୀ ।
ସଂସୟ ବିହଗ ଉଡାବନିହାରୀ ॥
ରାମକଥା କଲି ବିଟପ କୁଠାରୀ ।
ସାଦର ସୁନୁ ଗିରିରାଜକୁମାରୀ ॥
ଭାବାର୍ଥ:- ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସୁନ୍ଦର କଥା ଶୁଣିବା ଲୋକର ହାତର ସୁନ୍ଦର ତାଳୀ ସଦୃଶ ଯାହା ସଂଶୟ ରୂପକ ପକ୍ଷୀମାନଙ୍କୁ ଉଡାଇ ଦେଇଥାଏ । ପୁଣି ଏହି କଳିକାଳ ରୂପ ବୃକ୍ଷକୁ କାଟିବା ପାଇଁ ଏହି ରାମ କଥା କୁରାଢୀ ସଦୃଶ ଅଟେ । ହେ ଗିରିରାଜକୁମାରୀ ! ତୁମେ ଶ୍ରୀରାମଙ୍କ ପବିତ୍ର କଥାକୁ ଶ୍ରଦ୍ଧାର ସହିତ ଶୁଣ।