ପୁରୁଷ ପ୍ରଧାନ ରକ୍ଷଣଶୀଳ ସମାଜର କଟକଣା ଓ ପ୍ରତିବନ୍ଧକ ବିରୋଧରେ ସଫଳତାର ସହ ସଂଘର୍ଷ କରି ନିଜର ସବୁ ସମୟରେ ବିଭିନ୍ନ କ୍ଷେତ୍ରରେ ନିଜର ଉପସ୍ଥିତି ଜାହିର କରିଛନ୍ତି ଭାରତର ଅନେକ ମହିଳା । ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ପୁରୁଷ ପ୍ରଧାନ ସମାଜକୁ ଆହ୍ୱାନ ଦେବା ସହ ରହି ଆସିଥିବା ଧାରଣାକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ବିଭିନ୍ନ କ୍ଷେତ୍ରରେ ‘ଭାରତର ପ୍ରଥମ ମହିଳାମାନଙ୍କୁ ସ୍ମରଣ କରିବା ।
ଭାରତର ପ୍ରଥମ ଶିକ୍ଷୟିତ୍ରୀ – ସାବିତ୍ରୀବାଈ ଫୁଲେ
ଭାରତର ପ୍ରଥମ ମହିଳା ଡାକ୍ତର – ଆନନ୍ଦି ଗୋପାଳ ଯୋଶୀ
ଭାରତର ପ୍ରଥମ ମହିଳା ଯନ୍ତ୍ରୀ – ଲଳିତା ଆୟଲାସୋମାଜୟଲୁ
ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ମହିଳା ସଭାପତି – ସରୋଜିନୀ ନାଇଡୁ
ଭାରତର ପ୍ରଥମ ମହିଳା ଆଇନଜୀବୀ – କର୍ନେଲିଆ ସୋରାବଜୀ
ଆଜାଦ ହିନ୍ଦ ଫଉଜରେ ପ୍ରଥମ ମହିଳା – କ୍ୟାପଟେନ ଲକ୍ଷ୍ମୀ ସେହଗଲ
ଭାରତର ପ୍ରଥମ ମହିଳା ପାଇଲଟ୍ – ସର୍ଲା ଠକରାଲ୍
ଭାରତର ପ୍ରଥମ ମହିଳା ଅଟୋରିକସା ଡ୍ରାଇଭର – ଶିଲା ଦାଓରେ
ଭାରତର ପ୍ରଥମ ମହିଳା ଟ୍ରେନ ଡ୍ରାଇଭର – ସୁରେଖା ଯାଦବ
ଭାରତର ପ୍ରଥମ ମହିଳା ଆଇପିଏସ ଅଫିସର – କିରଣ ବେଦୀ
ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ – ସୁଚେତା କୃପାଳିନୀ
ଭାରତର ପ୍ରଥମ ମହିଳା ମୁଖ୍ୟ ବିଚାରପତି – ଲୀଲା ସେଠ୍
ଭାରତର ପ୍ରଥମ ମହିଳା କେନ୍ଦ୍ର ମନ୍ତ୍ରୀ – ରାଜକୁମାରୀ ଅମୃତା କୌର
ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ – ଇନ୍ଦିରା ଗାନ୍ଧି
ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି – ପ୍ରତିଭା ପାଟିଲ
ଭାରତର ପ୍ରଥମ ମହିଳା ବୈଜ୍ଞାନିକ – କମଳା ସୋହନି
ଭାରତର ପ୍ରଥମ ମହିଳା ଆଇଏଫ ଏସ ଅଫିସର – ସି. ବେଲିଆପ୍ପା ମୁଥାମ୍ମା
ଭାରତର ପ୍ରଥମ ଅଭିନେତ୍ରୀ – ଦୁର୍ଗାବାଈ କାମାତ
ଭାରତର ପ୍ରଥମ ମହିଳା ଲଢୁଆ ବିମାନ ପାଇଲଟ- ଭାବନା କାନ୍ତ
ଭାରତର ପ୍ରଥମ ମହିଳା ମହାକାଶଚାରୀ – କଳ୍ପନା ଚାୱଲା
ଭାରତର ପ୍ରଥମ ମହିଳା ନ୍ୟୁରୋସର୍ଜନ – ଟି. ଏସ କନକ
ଭାରତର ପ୍ରଥମ ମହିଳା ରାଜ୍ୟପାଳ – ସରୋଜିନୀ ନାଇଡୁ
ଭାରତର ପ୍ରଥମ ମହିଳା ଦନ୍ତ ଚିକିତ୍ସକ – ବିମଲା ସୁଦ
ଭାରତର ପ୍ରଥମ ଲୋକସଭା ବାଚସ୍ପତି – ମୀରା କୁମାର
ମାଉଣ୍ଟ ଏଭରେଷ୍ଟ ଆରୋହଣ କରିବାରେ ଭାରତର ପ୍ରଥମ ମହିଳା – ବଚେନ୍ଦ୍ରୀ ପାଲ୍
ଜ୍ଞାନପୀଠ ପୁରସ୍କାର ପାଇବାରେ ପ୍ରଥମ ମହିଳା – ଆଶାପୂର୍ଣ୍ଣା ଦେବୀ
ନୋବେଲ ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ମହିଳା – ମଦର ଟେରେସା
ଅଶୋକଚକ୍ର ପାଇବାରେ ପ୍ରଥମ ଭାରତୀୟ ମହିଳା – ନୀରଜା ଭାନୋଟ୍
ଭାରତର ପ୍ରଥମ ବିଶ୍ୱ ସୁନ୍ଦରୀ ବିଜୟିନୀ – ରୀତା ଫରିଆ
ଭାରତର ପ୍ରଥମ ବ୍ରହ୍ମାଣ୍ଡ ସୁନ୍ଦରୀ – ସୁସ୍ମିତା ସେନ
ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଭାରତର ପ୍ରଥମ ମହିଳା କ୍ରୀଡାବିତ – କମଲଜିତ ସାନ୍ଧୁ
ଡବ୍ଲୁଟିଏ ଟେନିସ ଟାଇଟଲ ଜିତିଥିବା ପ୍ରଥମ ମହିଳା – ସାନିଆ ମିର୍ଜା
ଅଲିମ୍ପିକ୍ସରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା କ୍ରୀଡାବିତ – କର୍ଣ୍ଣମ ମାଲେଶ୍ୱରୀ
ଭାରତରତ୍ନ ପାଇବାରେ ପ୍ରଥମ
ମହିଳା ସଙ୍ଗୀତଜ୍ଞ – ଏମ୍.ଏସ ଶୁଭଲକ୍ଷ୍ମୀ
ବୁକର ସମ୍ମାନ ପାଇବାରେ ଭାରତର ପ୍ରଥମ ମହିଳା – ଅରୁନ୍ଧତୀ ରୟ
( ସଂଗ୍ରାହକ : ବିଜନ କୁମାର ମହାପାତ୍ର)