ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରଣ ଆଣି ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ କରିଥିବା ପ୍ରଶଂସା ସାଉଁଟିଛନ୍ତି ନବୀନ ସରକାର। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ପରିସର ଏବେ ଦେଶର ଅଗ୍ରଣୀ କ୍ରୀଡା କେନ୍ଦ୍ର ଭାବେ ମୁଣ୍ଡ ଟେକିଛି । ବିଭିନ୍ନ କ୍ରୀଡା ପାଇଁ କ୍ରୀଡାବିତଙ୍କୁ ଉନ୍ନତମାନର ଅତ୍ୟାଧୁନିକ ଭିତ୍ତିଭୂମି ଥିବା କଳିଙ୍ଗ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆଜି ଯୋଡି ହେବ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର ଏବଂ ଆକ୍ୱ।ଟିକ୍ସ ସେଣ୍ଟର ଓ ଇଣ୍ଡୋର ଡାଇଭିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ନବନିର୍ମିତ ଭାରତର ପ୍ରଥମ ଇଣ୍ଡୋର ଆଥଲେଟିକ୍ସ ସେଣ୍ଟରରେ ଷ୍ଟାଡିୟମ ସହ ଖେଳାଳିଙ୍କ ପାଇଁ ପ୍ରଶିକ୍ଷଣ ଓ ରହିବା ବ୍ୟବସ୍ଥା ରହିଛି।