ଜାମୁଝରୀରେ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଜାମୁଝରୀରେ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଆଜି ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଜାମୁଝରୀରେ ପ୍ରସ୍ତାବିତ ସବୁଜ ବଳୟ ଆଦର୍ଶ କାରାଗାର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ହେବ ରାଜ୍ୟର ସବୁଠାରୁ ବଡ଼ ଓ ପ୍ରଥମ ସବୁଜ ବଳୟ କାରାଗାର । ପ୍ରାୟ ୫୦ ଏକର ଜମିରେ ନିର୍ମାଣ ହେବ କାରାଗାର । ପ୍ରସ୍ତାବିତ କାରାଗାର ଆଶ୍ରମ ଢାଞ୍ଚାରେ ନିର୍ମାଣ ହେବ । ୫-ଟି ଉପକ୍ରମରେ ନିର୍ମାଣ ହେବାକୁ ଥିବା ଆଦର୍ଶ କାରାଗାରରେ ଟେକ୍ନୋଲୋଜି ମାଧ୍ୟମରେ ସ୍ୱଚ୍ଛତା, ଡିଜିଟାଲ ପେମେଣ୍ଟ , ବାୟୋମେଟ୍ରିକ ବେସ୍ କ୍ୟାଣ୍ଟିନ, ଇ-କୋର୍ଟରୁମ୍ , ଆଡଭାନ୍ସ ଟିଆଇ ରୁମ୍ ଆଦି ସୁବିଧା ରହିବ ।

ନିର୍ମାଣ ସରିଲେ କାରାଗାରରେ କଏଦୀମାନଙ୍କୁ ପୃଥକୀକରଣ କରି ରଖାଯିବ । ଜେଲରେ ସଂସ୍କାର ଓ ପୁନର୍ବାସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯିବ । କଏଦୀମାନଙ୍କୁ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ଦିଆଯିବ । ଏହି ଆଦର୍ଶ ଜେଲରେ ପ୍ରଥମ ପର୍ଯ୍ୟାୟରେ ୨୫୦୦ କଏଦୀଙ୍କୁ ରଖାଯିବ ।