ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି  | News Room Odisha

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି 

ଭୁବନେଶ୍ୱର – ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପେନସନଭୋଗୀଙ୍କର ବି ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ୪୬ରୁ ୫୦ ପ୍ରତିଶତ ହୋଇଛି ମହଙ୍ଗା ଭତ୍ତା ।

ଏହାଦ୍ବାରା ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

୨୦୨୪ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ ମହଙ୍ଗା ଭତ୍ତା।