ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ଗୋଦାମରେ ଚଢ଼ାଉ | News Room Odisha

ଅପମିଶ୍ରିତ ମସଲା ପ୍ରସ୍ତୁତ ହେଉଥିବା ଗୋଦାମରେ ଚଢ଼ାଉ

ବ୍ରହ୍ମପୁର – ବ୍ରହ୍ମପୁରର ଏକ ଅପମିଶ୍ରିତ ମସଲା ଗୋଦାମରେ ଚଢାଉ କରିଛି ପୋଲିସ। ବଡ଼ବଜାର ଥାନା ବ୍ରଜରାଜନଗର ଚତୁର୍ଥ ଲେନରେ‌ ଏକ ଅପମିଶ୍ରିତ ମସଲା ଗୋଦାମ ଚାଲୁଥିଲା । ସେଠାରେ ଲଙ୍କା ଗୁଣ୍ଡ ଓ ମସଲା ଗୁଣ୍ଡରେ ଅପମିଶ୍ରଣ ହେଉଥିବା ସୂଚନା ପାଇଲା ପରେ ପୋଲିସ ଓ ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ । ଗୋଦାମକୁ ସିଲ୍ କରାଯିବା ସହ ମାଲିକ ଶିବଶଙ୍କର ସାହୁକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।