ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି  | News Room Odisha

ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି 

ଭୁବନେଶ୍ୱର – ଆଇଏଏସ ବିଜୟ ଅମୃତା କୁଲାଙ୍ଗେଙ୍କୁ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ପଦବୀ ଯୁଗ୍ମ ସଚିବ ପାହ୍ୟା ସହ ସମାନ ।

୨୦୧୩ ବ୍ୟାଚର ଆଇଏଏସ ଅଫିସର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ । ତା’ ପୂର୍ବରୁ ସେ ଗଞ୍ଜାମ ଜିଲ୍ଲାପାଳ ରହିଥିଲେ ।