ଦୁଇ ଦିନ ବର୍ଷା ଯୋଗୁଁ ଅନେକ ସ୍ଥାନରେ ମାର୍ଚ୍ଚ ସର୍ବନିମ୍ନ ତାପମାତ୍ରାର ବର୍ଷ ବର୍ଷର ରେକର୍ଡ ଭଙ୍ଗ | News Room Odisha

ଦୁଇ ଦିନ ବର୍ଷା ଯୋଗୁଁ ଅନେକ ସ୍ଥାନରେ ମାର୍ଚ୍ଚ ସର୍ବନିମ୍ନ ତାପମାତ୍ରାର ବର୍ଷ ବର୍ଷର ରେକର୍ଡ ଭଙ୍ଗ

ଭୁବନେଶ୍ୱର – ଦୁଇ ଦିନ ଧରି ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ହୋଇଥିବାରୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଥିଲା । ଏପରିକି କିଛି ସ୍ଥାନରେ ତାପମାତ୍ରା ସର୍ବନିମ୍ନ ସ୍ତରରେ ରହି ଅନେକ ବର୍ଷର ରେକର୍ଡ ଭାଙ୍ଗିଛି । ଦୁଇ ଦିନର ବର୍ଷା ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ମାର୍ଚ୍ଚରେ ଏଭଳି ସ୍ଥିତି ସୃଷ୍ଟି ହୋଇ ପାରଦ ଖସିବା ବିରଳ ଘଟଣା ବୋଲି ପାଣିପାଗ ବିଭାଗ କହିଛି । ରାଜଧାନୀ ଭୁବନେଶ୍ଵରରେ ମାର୍ଚ୍ଚ ମାସରେ ସର୍ବନିମ୍ନ ଦିନ ତାପମାତ୍ରା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । କୋହଲା ପାଗ ଯୋଗୁଁ ଭୁବନେଶ୍ୱରେ ଗତକାଲି ଦିନ ତାପମାତ୍ରା ୧୯ ଦଶମିକ ୨ ଡିଗ୍ରୀ ସେଲସିୟସକୁ ଖସି ଆସିଥିଲା । ଏହା ପୂର୍ବରୁ ୧୯୫୨ ମସିହା ମାର୍ଚ୍ଚରେ ଭୁବନେଶ୍ୱରରେ ସର୍ବନିମ୍ନ ମାର୍ଚ୍ଚ ତାପମାତ୍ରା ୨୪ ଦଶମିକ ୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ମାର୍ଚ୍ଚରେ ସର୍ବନିମ୍ନ ଦିନ ତାପମାତ୍ରା ଦୃଷ୍ଟିରୁ କଟକରେ ୨୧୧ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ବାରିପଦା, ଚାନ୍ଦବାଲି ଓ ପାରାଦୀପରେ ବର୍ଷ ବର୍ଷର ରେକର୍ଡ ଭଙ୍ଗ ହୋଇଛି।