ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପି | News Room Odisha

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ: ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ, ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପି

ନୂଆଦିଲ୍ଲୀ – ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା, ପଶ୍ଚିମବଙ୍ଗ, ପଞ୍ଜାବ, ଗୁଜରାଟ କିଛି ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।ଓଡ଼ିଶାରେ ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି। ଢେଙ୍କାନାଳ ଜିଲ୍ଲାପାଳଙ୍କ ସହ ଦେବଗଡ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।