ନିର୍ବାଚନ ପ୍ରସ୍ତୁତି: ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ନେଇ ବିଜେଡିର ସମୀକ୍ଷା | News Room Odisha

ନିର୍ବାଚନ ପ୍ରସ୍ତୁତି: ଆଜି ସମ୍ବଲପୁର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ନେଇ ବିଜେଡିର ସମୀକ୍ଷା

ଭୁବନେଶ୍ବର – ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ୱରୂପ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ସମ୍ବଲପୁର ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରର ସ୍ଥିତି ସମୀକ୍ଷା କରୁଛନ୍ତି ।

ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ପ୍ରଥମେ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତି ଉପରେ ଆଲୋଚନା ହେଉଛି । ଏହି ବୈଠକରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ଅଛନ୍ତି । ବୈଠକରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବଣେଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା, ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ, ବିଜେଡି ନେତା ମଙ୍ଗଳା କିଷାନ ପ୍ରମୁଖ ଉପସ୍ଥିତ ଅଛନ୍ତି । ସେହିପରି ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡେଇ, ମନ୍ତ୍ରୀ ଶାରଦା ନାୟକ, ଦିଲ୍ଲୀପ ତିର୍କିଙ୍କ ସହ ବିଧାୟକ ଓ ନେତା ଉପସ୍ଥିତ ଅଛନ୍ତି ।