ସମ୍ବଲପୁର ପୀରବାବା ଛକରେ ବୋମା ମାଡ ଘଟଣାର ତଦନ୍ତ ଜାରି, ଶାନ୍ତି ବଜାୟ ପାଇଁ ଜିଲ୍ଲାପାଳଙ୍କ ଅପିଲ୍ | News Room Odisha

ସମ୍ବଲପୁର ପୀରବାବା ଛକରେ ବୋମା ମାଡ ଘଟଣାର ତଦନ୍ତ ଜାରି, ଶାନ୍ତି ବଜାୟ ପାଇଁ ଜିଲ୍ଲାପାଳଙ୍କ ଅପିଲ୍

ସମ୍ବଲପୁର – ସମ୍ବଲପୁର ପୀରବାବା ଛକରେ ବୋମା ମାଡ ଘଟଣାର ତଦନ୍ତ ଚାଲିଥିବା ବେଳେ ସହର ସମେତ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସିସିଟିଭି ଫୁଟେଜ ଓ ପାରିପାଶ୍ୱିର୍କ ସ୍ଥିତିକୁ ନେଇ ପୋଲିସ ଓ ସାଇଣ୍ଟିିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତ ଧରାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସହରରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ରହିଛି । ଦରକାର ପଡିଲେ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ କରା ଯାଇପାରେ ବୋଲି ଜିଲ୍ଲାପାଳ କହିଛନ୍ତ । ମଙ୍ଗଳବାର ରାତିର ବୋମାମାଡରେ ୩ ଜଣ ଆହତ ହୋଇଥିଲେ । ଏହି ବୋମାମଡରେ ଗୋଟିଏ ବୁଲେଟ ଗାଡି ମଧ୍ୟ ପୋଡିଯାଇଛି । ପୀରବାବା ଫ୍ଲାଏଓଭର ଉପରୁ ବୋମାମାଡ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।