ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ | News Room Odisha

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମାର୍ଚ୍ଚ ୨୦ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା | ମାର୍ଚ୍ଚ ୨୮ରେ ନାମାଙ୍କନ ଯାଞ୍ଚ କରାଯିବ । ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ହେଉଛି ମାର୍ଚ୍ଚ ୩୦ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ହେବ ।

ତେବେ ବିହାରରେ ହୋଲି ଯୋଗୁଁ ମାର୍ଚ୍ଚ ୨୮ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରଖାଯାଇଛି । ମାର୍ଚ୍ଚ ୩୦ରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବାକୁ ଥିବାବେଳେ ଏପ୍ରିଲ ୨ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ।