॥ ବାଲ କାଣ୍ଡ ॥
ମୁନି ଗତି ଦେଖି ସୁରେସ ଡେରାନା ।
କାମହି ବୋଲି କୀହ୍ନ ସଠମାନା ॥
ସହିତ ସହାୟ ଜାହୁ ମମ ହେତୁ ।
ଚଲେଉ ହରଷି ହିୟଁ ଜଲଚରକେତୁ ॥
ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ ପାଇଁ ତୁମେ ତୁମର ସହାୟକ ମାନଙ୍କ ସହିତ ଯାଇ ନାରଦ ମୁନିଙ୍କ ସମାଧି ଭଗ୍ନ କରିଦିଅ । ଦେବରାଜ ଇନ୍ଦ୍ରଙ୍କ ଠାରୁ ଏପରି ଶୁଣି ମୀନଧ୍ବଜ କାମଦେବ ମନେ ମନେ ଖୁସି ହୋଇ ଚାଲିଗଲେ ।