ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଟପିଲା ତାପମାତ୍ରା, ମାଲକାନଗିରି ସବୁଠୁ ଉତ୍ତପ୍ତ | News Room Odisha

ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଟପିଲା ତାପମାତ୍ରା, ମାଲକାନଗିରି ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଚଳିତବର୍ଷ ପ୍ରଥମ ଥର ପାଇଁ ଆଜି ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ୪୧ ଡିଗ୍ରୀ ସେଲସିୟସ ସହ ମାଲକାନଗିରି ରାଜ୍ୟର ଉତ୍ତପ୍ତ ସହର ହୋଇଛି। ବୈ।ଦ୍ଧ ଓ ଟିଟିଲାଗଡ଼ରେ ତାପମାତ୍ରା ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ଏହା ୪୦ ଦଶମିକ ୨ ରହିଛି। ନୟାଗଡ଼ରେ ଆଜି ପାରଦ ୪୦ ଡିଗ୍ରୀ ସେଲସିୟସ ରହିଛି। ଅନ୍ୟ ସହରମାନଙ୍କରେ କଟକରେ ତାପମାତ୍ରା ୩୭ ଦଶମିକ ୬ ଓ ଭୁବନେଶ୍ୱରରେ ୩୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।