କାଲିଠାରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର | News Room Odisha

କାଲିଠାରୁ ରାଜ୍ୟରେ ସକାଳୁଆ ହେବ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅନେକ ସ୍ଥାନରେ ପାରଦ ଉପରମୁହାଁ ହୋଇଛି। ପ୍ରଚଣ୍ଡ ଖରା ଯୋଗୁଁ ଆସନ୍ତାକାଲିଠୁ ରାଜ୍ୟର ସବୁ ଅଙ୍ଗନବାଡି ସକାଳୁଆ ହେବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାଲିଠାରୁ ସକାଳ ୭ରୁ ଦିନ ୧୧ଟା ୩୦ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

କାଲିଠାରୁ ମଧ୍ୟ ରାଜ୍ୟରେ ସକାଳୁଆ ସ୍କୁଲ ହେବ । ସକାଳ ୭ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ହେବ । ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଏନେଇ ନିର୍ଦ୍ଦେଶ ଦିଆଯାଇଛି । ଖରାତାତିକୁ ଦୃଷ୍ଟିରେ ରଖି ସ୍କୁଲରେ ଶୁଦ୍ଧ ପାନୀୟ ଜଳ ସହ ଓଆରଏସ ପ୍ୟାକେଟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପାଣିପାଗର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ ସ୍କୁଲର ସମୟ ପରିବର୍ତ୍ତନ କରିପାରିବେ ଜିଲ୍ଲାପାଳ ।