ବଦଳିଲେ ଯାଜପୁର ଜିଲ୍ଲାପାଳ, ନିଖିଲ ପୱନ କଲ୍ୟାଣ ନୂଆ ଜିଲ୍ଲାପାଳ | News Room Odisha

ବଦଳିଲେ ଯାଜପୁର ଜିଲ୍ଲାପାଳ, ନିଖିଲ ପୱନ କଲ୍ୟାଣ ନୂଆ ଜିଲ୍ଲାପାଳ

ଭୁବନେଶ୍ୱର – ବଦଳିଲେ ଯାଜପୁର ଜିଲ୍ଲାପାଳ। ଶୁଭଙ୍କର ମହାପାତ୍ରଙ୍କ ସ୍ଥାନରେ ନିଖିଲ ପୱନ କଲ୍ୟାଣଙ୍କୁ ଯାଜପୁରର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଆଇଏଏସ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।