ରାଜ୍ୟସଭା ଭାବେ ଶପଥ ନେଲେ ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ | News Room Odisha

ରାଜ୍ୟସଭା ଭାବେ ଶପଥ ନେଲେ ବିଜେଡିର ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ନୂଆଦିଲ୍ଲୀ – ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡିର ଦୁଇ ସଦସ୍ୟ ଆଜି ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ସଦସ୍ୟ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ଆଜି ଶପଥ ନେଇଛନ୍ତି । ରାଜ୍ୟସଭାର ସମ୍ମିଳନୀ କକ୍ଷରେ ଗୃହ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ଦୁଇ ନବନିର୍ବାଚିତ ସଦସ୍ୟ ଶପଥ ନେଇଛନ୍ତି। ଏହି ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ, ଗୃହର ନେତା ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।