ଗ୍ରୀଷ୍ମ ପ୍ରବାହ: ଆଜି ୧୧ସହରର ତାପମାତ୍ରା ୪୦ ପାର୍, ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ସବୁଠୁ ଉତ୍ତପ୍ତ | News Room Odisha

ଗ୍ରୀଷ୍ମ ପ୍ରବାହ: ଆଜି ୧୧ସହରର ତାପମାତ୍ରା ୪୦ ପାର୍, ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର – ଗ୍ରୀଷ୍ମ ପ୍ରବାହରେ ଓଡ଼ିଶା ଅସ୍ତବ୍ୟସ୍ତ। ଦିନକୁ ଦିନ ଅସହ୍ୟ ହେଉଛି ଖରା ତାତି । ଗରମ ଓ ଗୁଳୁଗୁଳିରେ ଲୋକେ କଲବଲ । ଆଜି ରାଜ୍ୟର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଏହାଠୁ ଅଧିକ ରହିଛି। ବୈ।ଦ୍ଧ ଓ ମାଲକାନଗିରି ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛନ୍ତି। ଉଭୟ ସ୍ଥାନରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନୁଗୁଳ ଓ ବଲାଙ୍ଗୀରରେ ତାପମାତ୍ରା ୪୧ ଦଶମିକ ୭ ଡିଗ୍ରୀ ସେଲସିୟସ ଥିବା ବେଳେ ଝାରସୁଗୁଡ଼ାରେ ୪୧ ଦଶମିକ ୬, ଭବାନୀପାଟଣା ଓ ଟିଟିଲାଗଡ଼ରେ ରେ ୪୧, ନୂଆପଡାରେ ୪୦ ଦଶମିକ ୪, ରାଉରକେଲାରେ ୪୦ ଦଶମିକ ୨ , ସୁନ୍ଦରଗଡ଼ରେ ୪୦ ଦଶମିକ ୧, ତାଳଚେରରେ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। କଟକରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଥିବା ବେଳେ ଭୁବନେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏହି ମାସ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।