ଆହୁରି ୪୮ ଘଣ୍ଟା ପ୍ରଖର ତାତି | News Room Odisha

ଆହୁରି ୪୮ ଘଣ୍ଟା ପ୍ରଖର ତାତି

ଭୁବନେଶ୍ୱର – ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ । ମାର୍ଚ୍ଚ ଶେଷ ସପ୍ତାହରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାତି ବଢି ବଢ଼ି ଚାଲିଛି । ପ୍ରଚଣ୍ଡ ଗରମ ଓ ମାତ୍ରାଧିକ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ। ବିଶେଷକରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଦାଉ ସାଧୁଛି ଗ୍ରୀଷ୍ମ ତାତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨ ଦିନ ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାକୁ ଥିଲେ ମଧ୍ୟ ତାତି ପ୍ରଭାବ କମିବା ସମ୍ଭାବନା ନାହିଁ । ଆସନ୍ତା ୭ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।