'ମୁଖ୍ୟମନ୍ତ୍ରୀ ଏକ ଅସୀମିତ ପ୍ରେରଣା' | News Room Odisha

‘ମୁଖ୍ୟମନ୍ତ୍ରୀ ଏକ ଅସୀମିତ ପ୍ରେରଣା’

ଭୁବନେଶ୍ୱର – ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ବାତାବରଣ ସରଗରମ ‌‌। ଖୁବ୍ ଶୀଘ୍ର ରାଜ୍ୟରେ ସାଧାରଣ ନିର୍ବାଚନ ସହ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ସବୁ ନେତା ନିର୍ବାଚନୀ ଅଙ୍କକଷାରେ ବ୍ୟସ୍ତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ। ନିର୍ବାଚନୀ ତାତି ବଢୁଥିଲେ ମଧ୍ୟ କର୍ମଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୈାଣସି ଫରକ ପଡୁନାହିଁ। ସ୍ୱାଭାବିକ ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନିଜ କାର୍ଯ୍ୟ କରିଚାଲିଛନ୍ତି ନବୀନ। ରାଜ୍ୟରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ଅହରହ ନଜର ରଖି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ। କର୍ମଠ ଓ କାର୍ଯ୍ୟ ବ୍ୟସ୍ତ ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସେୟାର କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ବିଭିନ୍ନ ରୂପାନ୍ତରଣ ପ୍ରକଳ୍ପର ନେଇ ଲୋକଙ୍କ ସହ ନବୀନ କଥାବାର୍ତ୍ତା କରୁଥିବାର ଦୃଶ୍ୟ ଏହି ଭିଡିଓରେ ରହିଛି। ହାଇସ୍କୁଲ ରୂପାନ୍ତରଣ ସମ୍ପର୍କିତ ପ୍ରକଳ୍ପର ସ୍ଥିତି ସହ ମନ୍ଦିର ରୂପାନ୍ତରଣ ଆଦି କାର୍ଯ୍ୟ ସହ ଲୋକେ ଖୁସି ଅଛନ୍ତି ନା ନାହିଁ, ତାହା ମୁଖ୍ୟମନ୍ତ୍ରୀ ପଚାରୁଥିବା ଦୃଶ୍ୟ ଭିଡିଓରେ ରହିଛି।

 

View this post on Instagram

 

A post shared by VK Pandian (@vkpandian.odisha)

କର୍ମଠ ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଜଣେ ଅସୀମିତ ପ୍ରେରଣାର ଉତ୍ସ ବୋଲି ଭିଡିଓ ସେୟାର କରି ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଉଲ୍ଲେଖ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କୁ ଜଣେ ମହାନ୍ ଷ୍ଟେଟ ମ୍ୟାନ ଭାବେ ଅଭିହିତ କରିଛନ୍ତି ପାଣ୍ଡିଆନ । ତାଙ୍କ ନମ୍ର ସ୍ୱଭାବ , ପ୍ରତିଶ୍ରୁତିବଦ୍ଧତା , ନିଷ୍ଠା ଓ ଓଡ଼ିଶା ପ୍ରତି ଭଲ ପାଇବା ଅଦ୍ୱିତୀୟ ବୋଲି ସେ ଉଲ୍ଲେଖ କରିଛନ୍ତି। ଭଲ କାମ ପାଇଁ ସର୍ବଦା ସକାରାତ୍ମକ ଶକ୍ତି ରହିଛି । ଆଉ ଏକ ନବୀନ ଓଡ଼ିଶା ପାଇଁ ଏହା ସବୁବେଳେ ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରି କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ।