ଆକାଶରୁ ଅଗ୍ନିବର୍ଷା : ସାଢେ ୧୧ଟା ସୁଦ୍ଧା ୮ଟି ସହରର ତାପମାତ୍ରା ୩୬ ପାର, ୩୯.୮ ସହ ଭୁବନେଶ୍ୱର ଉତ୍ତପ୍ତ ସହର | News Room Odisha

ଆକାଶରୁ ଅଗ୍ନିବର୍ଷା : ସାଢେ ୧୧ଟା ସୁଦ୍ଧା ୮ଟି ସହରର ତାପମାତ୍ରା ୩୬ ପାର, ୩୯.୮ ସହ ଭୁବନେଶ୍ୱର ଉତ୍ତପ୍ତ ସହର

ଭୁବନେଶ୍ୱର – ରାଜ୍ୟରେ ଆଜି ବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଲୋକେ । ଦିନ ୧୧ଟା ପରେ ଘରୁ ଗୋଡ କାଢ଼ିବା ମୁସ୍କିଲ ହୋଇଯାଉଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ୮ଟି ସହରରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ଥିଲା ୩୯ ଦଶମିକ ୮ ଡିଗ୍ରୀ ସେଲସିୟସ । କେନ୍ଦୁଝରରେ ୩୯.୨, ବାଲେଶ୍ୱରରେ ୩୮, ଝାରସୁଗୁଡାରେ ୩୮, ରାଉରକେଲାରେ ୩୭.୮, ଚାନ୍ଦବାଲିରେ ୩୭.୪, ସମ୍ବଲପୁରରେ ୩୭.୪ , ହୀରାକୁଦରେ ୩୬.୬, ପୁରୀରେ ୩୨.୪, ପାରାଦୀପରେ ୩୨ ଓ ଗୋପାଳପୁରରେ ୩୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।