ଗ୍ରୀଷ୍ମ ପ୍ରକୋପ : ୪୪ ଡିଗ୍ରୀ ଛୁଇଁପାରେ ରାଜଧାନୀର ତାପମାତ୍ରା | News Room Odisha

ଗ୍ରୀଷ୍ମ ପ୍ରକୋପ : ୪୪ ଡିଗ୍ରୀ ଛୁଇଁପାରେ ରାଜଧାନୀର ତାପମାତ୍ରା

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ବରରେ ଆଜି ପ୍ରଚଣ୍ଡ ଖରା । ୪୪ ଡିଗ୍ରୀ ସେଲସିୟସ ଛୁଇଁପାରେ ରାଜଧାନୀର ତାପମାତ୍ରା। ଆଜି ଦିନ ସାଢେ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ଥିଲା ୪୩ ଦଶମିକ ୨ ଡିଗ୍ରୀ ସେଲସିୟସ । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର କୈାଣସି ସହରରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁଛି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସମୟରେ ତାପମାତ୍ରା ଆହୁରି ବୃଦ୍ଧି ହୋଇପାରେ। ଶନିବାର ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି।