ଏ ବର୍ଷ ରାଜ୍ୟରେ ବନାଗ୍ନି ସଂଖ୍ୟା ଯଥେଷ୍ଟ ହ୍ରାସ : ପିସିସିଏଫ | News Room Odisha

ଏ ବର୍ଷ ରାଜ୍ୟରେ ବନାଗ୍ନି ସଂଖ୍ୟା ଯଥେଷ୍ଟ ହ୍ରାସ : ପିସିସିଏଫ

ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ଋତୁ ସହ କେତେକ ସ୍ଥାନରେ ବନାଗ୍ନି ବ୍ୟାପିଛି । ଏପ୍ରିଲ ୭ ତାରିଖ ସୁଦ୍ଧା ୮ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଥିବା ନେଇ ପିସିସିଏଫ ଦେବୀ ଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ତେବେ ପାଖାପାଖି ୯୯ ଦଶମିକ ୫ ପ୍ରତିଶତ ପଏଣ୍ଟରେ ବନାଗ୍ନି ସଫଳତାର ସହ ଲିଭା ଯାଇଛି ବୋଲି ସେ କହିଛନ୍ତି। ଜନସଚେତନତା ଓ ବୃଷ୍ଟିପାତ ଯୋଗୁଁ ବନାଗ୍ନି ସଂଖ୍ୟା ହ୍ରାସ ପାଇଥିବା ପିସିସିଏଫ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି। ଗତବର୍ଷ ୨୭ ହଜାର ପଏଣ୍ଟରେ ଜଙ୍ଗଲ ନିଆଁ ଲାଗିଥିଲା। ଏଥର ମାଲକାନଗିରିରେ ଜଙ୍ଗଲ ନିଆଁ ଅଧିକ ଲାଗିଛି । କୃଷି କାର୍ଯ୍ୟକଳାପ, ମହୁଲ ଫୁଲ ସଂଗ୍ରହ ଓ ପଶୁପକ୍ଷୀ ଶୀକାର ଜଙ୍ଗଲ ନିଆଁ ଲାଗିବାର ପ୍ରମୁଖ କାରଣ । ଏହାଛଡା କିଛି ଦୁର୍ବୃତ୍ତ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ କହିଛନ୍ତି। ଜଙ୍ଗଲ ନିଆଁ ଲିଭାଇବା ପାଇଁ ୩୬୭ ସ୍କ୍ୱାଡ୍‌ ନିୟୋଜିତ ହୋଇଛନ୍ତି । ୨ ହଜାର ୩୬୫ ସେଫଟି କିଟ୍‌ ଓ ୪,୭୯୦ ଗ୍ଲୋଭ୍‌ସ ଏବଂ ୩୩୦ ଗାଡ଼ି ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି ପିସିସିଏଫ ।