ଇସିଆଇଙ୍କ ନାଁ ନେଇ ବିଜେପି ଧମକାଉଛି: ବିଜେଡି | News Room Odisha

ଇସିଆଇଙ୍କ ନାଁ ନେଇ ବିଜେପି ଧମକାଉଛି: ବିଜେଡି

ଭୁବନେଶ୍ବର – ରାଜ୍ୟରେ ବିଜେପି ନେତା ଓ ପ୍ରାର୍ଥୀମାନେ ଭାରତର ନିର୍ବାଚନ କମିଶନ-ଇସିଆଇଙ୍କ ନାଁ ନେଇ ଧମକ ଚମକ ଦେଉଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରୀ କର୍ମଚାରୀଙ୍କୁ ଇସିଆଇ ଜରିଆରେ ବଦଳାଇବାକୁ ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି । ଏ ନେଇ ଦଳ ନିର୍ବାଚନ କମିଶନଙ୍କଠାରେ ଫେରାଦ ହୋଇଛି । ୨୦୨୪ ନିର୍ବାଚନରେ ସହଯୋଗ ନକଲେ ବଦଳି ନେଇ ବିଜେପି ଧମକାଉଛି ବୋଲି ଇସିଆଇଙ୍କୁ ଚିଠି ଲେଖିଛନ୍ତି ବିଜେଡ଼ି ସାଂସଦ ସସ୍ମିତ ପାତ୍ର।
ବିଜେପି ଓଡିଶା ଶାଖାର ଅଭ୍ୟାସଗତ ତ୍ରୁଟି ରହିଛି। ଯେବେ ନିର୍ବାଚନରେ ହାରିବା ଅନୁଭବ କରନ୍ତି, ସେତେବେଳେ ସେମାନେ ସରକାରୀ ଅଧିକାରୀଙ୍କୁ ବିରୋଧ ଆରମ୍ଭ କରନ୍ତି। ଏହି ଅଭ୍ୟାସ ଏବେର ନୁହେଁ । ୨୦୧୯ରେ ଯେବେ ନିର୍ବାଚନ ହାରିବେ ବୋଲି ଜାଣିଲେ, ସେତେବେଳେ ମଧ୍ୟ ସମାନ କାମ କରିଥିଲେ। ପରାଜୟ ଭୟରେ ଏକ ସରକାରୀ କର୍ମଚାରୀଙ୍କୁ ବିରୋଧ ବିଜେପିର ଅଭ୍ୟାସ ବୋଲି ସସ୍ମିତ ଚିଠିରେ ଦର୍ଶାଇଛନ୍ତି।