ଆଜି ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି, କଣ ରହିଛି ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ଓ ବିଧି ବିଧାନ | News Room Odisha

ଆଜି ଠାରୁ ଆରମ୍ଭ ହେବ ଚୈତ୍ର ନବରାତ୍ରି, କଣ ରହିଛି ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ଓ ବିଧି ବିଧାନ

ଚୈତ୍ର ମାସ ଶୁକ୍ଲପକ୍ଷ ପ୍ରତିପଦା ତିଥି ଅର୍ଥାତ ଚୈତ୍ର ନବରାତ୍ରି ରୁ ଆରମ୍ଭ ହୋଇଥାଏ ହିନ୍ଦୁ ନବବର୍ଷ ଠାରୁ ଆରମ୍ଭ ହୋଇଥାଏ l ଚୈତ୍ର ନବରାତ୍ରି କୁ ବସନ୍ତ ନବରାତ୍ରି ବୋଲି ମଧ୍ୟ କୁହାଯାଇଥାଏ l ଏହା ହିନ୍ଦୁ ମାନଙ୍କ ର ପ୍ରଥମ ନବରାତ୍ରି ଅଟେ l

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ନବରାତ୍ରି ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତି ୧୧ ଟା ବାଜି ୫୦ ମିନିଟ ରେ ଆରମ୍ଭ ହୋଇ ୯ ତାରିଖ ରାତି ୮ ଟା ୩୦ ମିନିଟ ରେ ସମାପ୍ତ ହେବାକୁ ଯାଉଛି l

ଏହି ଦିନ ଘଟ ସ୍ଥାପନା ମୁହୂର୍ତ୍ତ ସକାଳ ୬ ଟା ୨ ମିନିଟ ରୁ ୧୦ ଟା ୧୬ ମିନିଟ ପର୍ଯ୍ୟନ୍ତ ସମୟ ରହିବ l

କଳସ ସ୍ଥାପନା ର ଅଭିଜିତ ମୁହୂର୍ତ୍ତ ସକାଳ ୧୧ ଟା ୫୭ ମିନିଟ ଦ୍ବିପ୍ରହର ୧୨ ଟା ୪୮ ମିନିଟ ପର୍ଯ୍ୟନ୍ତ ସମୟ ରହିବ l

ଚଳିତ ବର୍ଷ ନବରାତ୍ରି ମଙ୍ଗଳବାର ୯ ତାରିଖ ଆରମ୍ଭ ହେବାକୁ ଯାଉଛି l ନବରାତ୍ରି ଦିନ ମଙ୍ଗଳବାର ଓ ଶନିବାର ଦିନ ମା ଙ୍କ ଆଗମନ ଘୋଡା ରେ ହେବ l ମାତା ଯଦି ଘୋଡା ରେ ଆସିବେ ତେବେ ପ୍ରାକୃତିକ ବିପଦ ଦେଶ ପାଇଁ ରହିବ l

ଚୈତ୍ର ନବରାତ୍ରି ରେ କଳସ ସ୍ଥାପନା କରିବା ଦ୍ୱାରା ଦରିଦ୍ରତା , ଦୁଃଖ ର ନାଶ ହୋଇଥାଏ l ବୈବାହିକ ଜୀବନ ସୁଖମୟ ହୋଇଥାଏ l

ଯେଉଁ ଘରେ ନବରାତ୍ରି ସମୟ ରେ ଘଟ ସ୍ଥାପନା ହୋଇଥାଏ ସେଠାରେ କଦାପି ଘର ଅନ୍ଧାର ହେବା ଉଚିତ ନୁହେଁ l ଏବଂ ଘରକୁ ଖାଲି ଛାଡିବା ଉଚିତ ନୁହେଁ

୯ ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ଜଳାଇବା ଉଚିତ , ଏବଂ ଘର କୁ ସଫା ସୁତୁରା ରଖିବା ଜରୁରୀ l

ଏହି ନବଦିନ ମସଂହାରୀ ଭୋଜନ କରିବା ଉଚିତ ନୁହେଁ, ଏବଂ ଦାଢ଼ି କାଟିବା ଓ କେଶ କାଟିବା ମଧ୍ୟ ଉଚିତ ନୁହେଁ

ଏହି ନବରାତ୍ରି ସମୟ ରେ ବ୍ରତ ଧାରୀ ମାନେ କଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ l