ଯୋଡା ମୁଣ୍ଡ ଶିଶୁ ଜଗା ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ପାଳିଲା ଜନ୍ମଦିନ | News Room Odisha

ଯୋଡା ମୁଣ୍ଡ ଶିଶୁ ଜଗା ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ପାଳିଲା ଜନ୍ମଦିନ

ଫୁଲବାଣୀ – ୨୦୧୮ ମସିହାରେ ବିଶ୍ବର ଅତ୍ୟନ୍ତ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦିଲ୍ଲୀ ଏମ୍ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆ ସଫଳତାର ସହିତ ଅଲଗା ହୋଇଥିଲେ । ଏହି ଅପରେସନର ଦୁଇ ବର୍ଷ ପରେ ବଳିଆର ମୃତ୍ୟୁ ହୋଇଥିଲା। ତେବେ ପ୍ରଥମରୁ ହିଁ ଉଭୟେ ଦିଲ୍ଲୀ ଏମ୍ସ , କଟକ ବଡ ମେଡିକାଲ ଓ ଫୁଲବାଣୀ ଜିଲ୍ଲା ମେଡ଼ିକାଲରେ ରହି ଆସୁଥିଲେ। ଆଜି ଏମସିଏଚ ୱାର୍ଡ ର ସ୍ଵତନ୍ତ୍ର କ୍ୟାବିନରେ ଜଗା ପାଳିଛି ନିଜର ନବମ ଜନ୍ମ ଦିନ। ଜିଲ୍ଲା ମେଡ଼ିକାଲର ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମୀଙ୍କ ଗହଣରେ ଜଗା ବେଶ୍ ଆନନ୍ଦ ସହକାରେ କେକ୍ କାଟି ଜନ୍ମ ଦିନ ପାଳିଛି ।