ଫେରିଲା ତାତି : ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ | News Room Odisha

ଫେରିଲା ତାତି : ସାଢେ ୧୧ ସୁଦ୍ଧା ୩ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ

ଭୁବନେଶ୍ୱର – କିଛି ଦିନର ବିରତି ପରେ ଆଜି ପୁଣି ଫେରିଛି ତାତି । ଅନେକ ସ୍ଥାନରେ ଉପରମୁହାଁ ହୋଇଛି ପାରଦ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ତିନିଟି ସହରର ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା ।

ଚାନ୍ଦବାଲି ଥିଲା ରାଜ୍ୟର ଉତ୍ତପ୍ତ ସହର । ଏଠାରେ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୬.୪, ଭୁବନେଶ୍ବରରେ ୩୬.୨,ଗୋପାଳପୁରରେ ୩୪.୬, କେନ୍ଦୁଝରରେ ୩୪, ପୁରୀରେ ୩୩.୮, ପାରାଦୀପ ଓ ଝାରସୁଗୁଡ଼ାରେ ୩୩.୪ , ରାଉରକେଲାରେ ୩୨.୬, ସମ୍ବଲପୁରରେ ୩୨.୪ ଓ ହୀରାକୁଦ ୩୨.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।