କାଲିଠୁ ସମଲେଶ୍ବରୀ ମନ୍ଦିର ପରିସରରେ ପାନ, ଗୁଟକା ବ୍ୟବହାର ଉପରେ ରୋକ୍ | News Room Odisha

କାଲିଠୁ ସମଲେଶ୍ବରୀ ମନ୍ଦିର ପରିସରରେ ପାନ, ଗୁଟକା ବ୍ୟବହାର ଉପରେ ରୋକ୍

ସମ୍ବଲପୁର – ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପରେ ଏଣିକି ମା’ ସମଲେଶ୍ବରୀଙ୍କ ମନ୍ଦିର ପରିସରରେ ମଧ୍ୟ ପାନ, ଗୁଟକା ବ୍ୟବହାର ଉପରେ କଟକଣା ଲାଗିଛି । ଆସନ୍ତାକାଲିଠାରୁ ମା’ ସମଲେଶ୍ବରୀଙ୍କ ପୀଠ ପରିସରରେ ପାନ ଗୁଟକା ବ୍ୟବହାର ଉପରେ ରୋକ୍ ଲାଗିବ । ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କୌଣସି ପ୍ରକାର ମାଦକ ଦ୍ରବ୍ୟ ମନ୍ଦିର ପରିସର ଭିତରକୁ ନଆଣିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ନିଷ୍ପତ୍ତିକୁ ନମାନିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଏଥିସହିତ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡ଼ିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍ତି।