ପୁରୀରେ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ଛତିଶଗଡ଼ ତୀର୍ଥଯାତ୍ରୀଙ୍କ ବସ୍ , ୧୫ ଆହତ | News Room Odisha

ପୁରୀରେ ଜଗା ଦର୍ଶନ ସାରି ଫେରୁଥିବା ବେଳେ ଓଲଟିଲା ଛତିଶଗଡ଼ ତୀର୍ଥଯାତ୍ରୀଙ୍କ ବସ୍ , ୧୫ ଆହତ

ବରଗଡ – ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ସାରି ଫେରୁଥିବାବେଳେ ଦୁର୍ଘଟଣା । ପଡୋଶୀ ଛତିଶଗଡର କିଛି ଯାତ୍ରୀ ପୁରୀରେ ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ସେମାନଙ୍କ ବସ୍ ପଦ୍ମପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୈଇଛନ୍ତି । ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବସ ଯାତ୍ରୀମାନେ ପୁରୀରୁ ଜଗନ୍ନାଥ ଦର୍ଶନ ସାରି ପରେ ନୃସିଂହନାଥଙ୍କୁ ଦର୍ଶନ କରି ଛତିଶଗଡ଼ ବରୋଦା ଫେରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ସକାଳୁ ସକାଳୁ ବୁଡେନ ଥାନା ଅନ୍ତର୍ଗତ ସୁଲିଆ ନିକଟରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା। ବସରେ ୫୦ ଯାତ୍ରୀ ଥିଲେ ବୋଲି ଜଣାପଡିଛି।