॥ ଅଯୋଧ୍ୟା କାଣ୍ଡ ॥
ରାମହି ଦେଉଁ କାଲି ଜୁବରାଜୂ । ସେହି ସୁଲୋଚନି ମଂଗଲ ସାଜୂ ॥ ଦେଖି ଉଠେଉ ସୁନି ହୃଦୟ କଠୋରୂ । ଜନୁ ଛୁଇ ଗୟଉ ପାକ ବରତୋରୂ ॥
ଭାବାର୍ଥ :- ରାଜା ଦଶରଥ କହିଲେ, ହେ ସୁନୟନୀ ! ମୁଁ ଆସନ୍ତାକାଲି ଶ୍ରୀରାମଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କରୁଛି, ସେଥିପାଇଁ ତୁମେ ମଙ୍ଗଳମୟ ସଜବାଜ ହୋଇ ପ୍ରସ୍ତୁତ ହୁଅ । ଏହି କଥା ଶୁଣି ରାଣୀ କୈକେୟୀଙ୍କ କଠୋର ହୃଦୟ ଥରି ଗଲା ଯେପରି ଇର୍ଷା ଓ ଦ୍ବେଷରେ ଜଳି ପୋଡିଗଲା । ସତେ ଯେପରି ବାଳମୂଳିଆରେ ବଥ ବାଜିଗଲା ।