ଝାରସୁଗୁଡା ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଆଜି ମିଳିଲା ୭ ମୃତଦେହ | News Room Odisha

ଝାରସୁଗୁଡା ଡଙ୍ଗାବୁଡି ଘଟଣାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଆଜି ମିଳିଲା ୭ ମୃତଦେହ

ଝାରସୁଗୁଡା – ଝାରସୁଗୁଡ଼ା ଜିଲ୍ଲା ମହାନଦୀରେ ଦେଶୀ ଡଙ୍ଗା ବୁଡିରେ ସମସ୍ତ ନିଖୋଜଙ୍କ ମୃତଦେହ ମିଳିଛି। ଡଙ୍ଗାବୁଡି ଯୋଗୁଁ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା ବେଳେ ଆଜି ନିଖୋଜ ଥିବା ୭ ଜଣଙ୍କ ମୃତଦେହ ମିଳିଛି। ନିଖୋଜଙ୍କୁ ଠାବ ପାଇଁ ଗତକାଲିଠୁ ଚାଲିଥିଲା ରେସ୍କ୍ୟୁ ଅପରେସନ । ଆଜି ସକାଳେ ଉଦ୍ଧାରକାରୀ ଦଳକୁ ୬ ଜଣଙ୍କର ମୃତଦେହ ମିଳିଥିଲା। ପରେ ଆଉ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ୮ ମୃତକଙ୍କ ମଧ୍ୟରୁ ୫ ଜଣ ମହିଳା ଓ ୩ ଜଣ ପିଲା ଅଛନ୍ତି । ସୂଚନାଯୋଗ୍ୟ ଯେ, ଛତିଶଗଡ଼ ଖରସୁଆଁରୁ ପଥରସେନିକୁ ବୁଲିବାକୁ ଆସିଥିଲେ ୫୦ରୁ ଅଧିକ ଯାତ୍ରୀ । ମହାନଦୀରେ ଡଙ୍ଗାଟି ବୁଡିଯିବା ପରେ ମତ୍ସ୍ୟଜୀବୀମାନେ ଅଧିକାଂଶ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।